Doesn't suit? No problem! You can return items for up to 30 days
You won't go wrong with a gift voucher. The gift recipient can choose anything from our offer.
Up to 30 days for returns
ଆଚାର୍ଯ୍ୟ ମହାପ୍ରଜ୍ଞ ଆଠ ଦଶନ୍ଧିର ସୁଦୀର୍ଘ ସଂଯମ ସାଧନାରେ ନିମଗ୍ନ ଥାଇ ଅନେକ ଗୁଡ଼ିଏ ସୂକ୍ଷ୍ମ ରହସ୍ୟର ଅନାବରଣ କରିଯାଇଛି । ତାଙ୍କ ଜୀବନର ଏକ ସମାଧାୟକ ସୂତ୍ର ହେଉଛି- 'ରହୋ ଭୀତର, ଜୀଓ ବାହର ।' ଜୀବନର ନବମ ଦଶକ ସଂପନ୍ନ ହେବାକୁ ଯାଉଥାଏ, ଦଶମ ଦଶକରେ ପ୍ରବେଶର ପ୍ରସ୍ତୁତି ଚାଲିଥାଏ । ଏହି ମହାର୍ଘ ମୁହୂର୍ତ୍ତର ଅଭିନନ୍ଦନ ପାଇଁ ସମାଜ ବିବିଧ ସ୍ୱପ୍ନ ଦେଖୁଥାଏ । କିନ୍ତୁ ନିୟତି ସାମାଜ୍ୟରେ ଏକ ଭିନ୍ନ ନିୟତି ନିର୍ଦ୍ଧାରିତ ହୋଇ ସାରିଥାଏ । ଅକସ୍ମାତ ୯ ମେ ୨୦୦୯ ଦିନ ପ୍ରଖର ଦ୍ୱିପହରରେ ସେ ସଂସାରରୁ ପ୍ରୟାଣ କରିଦେଲେ । ତାଙ୍କ ଭୌତିକ ଶରୀର ହଜିଗଲା, ରହିଗଲା ଜ୍ଞାନ ଶରୀର, ଯଶଃ ଶରୀର ଓ ଅନୁଭବ ଶରୀର । ସେ ଆମ ସକାଶେ ଏକ ସମୃଦ୍ଧ ବୈଚାରିକ ଐତିହ୍ୟ ଛାଡ଼ି ଦେଇ ଯାଇଛନ୍ତି । ଆଗାମୀ ଶତାବ୍ଦୀ ଗୁଡ଼ିକ ନିଃସନ୍ଦେହ ଏହା ଦ୍ୱାରା ଲାଭାନ୍ୱିତ ହେବେ । ମହାପ୍ରଜ୍ଞ ଜନ୍ମ ଶତାବ୍ଦୀର ଐତିହାସିକ ଅବସରରେ ପ୍ରସ୍ତୁତ 'ଜୈନଦର୍ଶନ: ମନନ ଓ ମୀମାଂସା' ତାଙ୍କ ଦିବ୍ୟ ଚେତନା ସହିତ ସଂପର୍କର ସଶକ୍ତ ଆଲମ୍ବନ ସାଜିଲେ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହୋଇପାରନ୍ତା ।
Hi! I'm Libroamiko, your book advisor.
How can I help you?